Advertisement

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ଫୁଲବାଣୀ ଅଫିସ,୨୪ା୪- ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ଜଣେ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଆଡନିଗଡର ଓଡିଶା ବନ ଉନ୍ନୟନ ନିଗମ ପୂର୍ବତନ ଆକାଉଣ୍ଟାଣ୍ଟ କେ. କାମେଶ୍ୱର ପାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ଲଳିତା କୁମାରୀ ମହାପାତ୍ର ନାମକ ଜଣେ କାଠ ଟ୍ରାନ୍ସପୋର୍ଟ ଠିକାଦାରଙ୍କର ୪୫ ହଜାର ଟଙ୍କା ବକେୟା ପ୍ରାପ୍ୟ ନିଗମରୁ ପାଇବାର ଥିଲା ା ଏହି ବିଲ୍‌ କରାଇଦେବାକୁ ଆକାଉଣ୍ଟାଣ୍ଟ ପାତ୍ର ୩ ହଜାର ଟଙ୍କା ଦାବି କରିଥିଲେ।  ଏନେଇ ଲଳିତାଙ୍କ ସ୍ବାମୀ ମଧୁସୁଧନ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ନଂ.୮/୧୬ରେ ଏକ ମାମଲା କରିଥିଲେ। ଯୋଜନା ମୁତାବକ ୨୦୧୬ ଫେବୃୟାରୀ ୧୫ରେ ଲଳିତା ବନଉନ୍ନୟନ ନିଗମ କାର୍ଯ୍ୟାଳୟରେ ପହଞ୍ଚତ୍ କାମେଶ୍ୱରଙ୍କୁ ୩ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel