Categories: ଖେଳ

ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍‌ସୋମ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୬।୫(ଏଏଫ୍‌ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍‌ ଓ୍ବାଲର୍‌ଡ କପ୍‌ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ ଡିଫେଣ୍ଡର ମୁଣ୍ଡରେ ସେ ଗୁରୁତର ଭାବେ ଆଘାତ ପାଇଛନ୍ତି ବୋଲି ବ୍ରିଟିଶ ଗଣମାଧ୍ୟମ ଉଲ୍ଲେଖ କରିଛି। ୬୧ ବର୍ଷୀୟ ଏହି ପୂର୍ବତନ ଅର୍ସେନାଲ ଖେଳାଳିଙ୍କ ଟୁଇଟର ଏକାଉଣ୍ଡରେ ମଧ୍ୟ ସେ ଚିକିତ୍ସିତ ହେଉଥିବା ଉଲ୍ଲେଖ କରାଯାଇଛି।
ତେବେ ଅସୁସ୍ଥତା ନେଇ ତାଙ୍କ ପରିବାର ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ସେ କୋଭିଡ-୧୯ର ଶିକାର ହୋଇ ନାହାନ୍ତି ବୋଲି ପରିବାର ତରଫରୁ ସ୍ପଷ୍ଟ କରାଯାଇଛି। ସେ ଏହି ଭାଇରସ୍‌ ସଂକ୍ରମଣର ଶିକାର ହୋଇନାହାନ୍ତି ବୋଲି ତାଙ୍କ ଟୁଇଟର ଏକାଉଣ୍ଡରେ ମଧ୍ୟ ସ୍ପଷ୍ଟ କରାଯାଇଛି। କେନିଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବାକୁ ଗଣମାଧ୍ୟମଗୁଡିକୁ ତାଙ୍କ ପରିବାର ତରଫରୁ ନିବେଦନ କରାଯାଇଛି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ବୋଲି ଗଣମାଧ୍ୟମଗୁଡିକ ଉଲ୍ଲେଖ କରିଛନ୍ତି।
ସାନସମ ଆର୍ସେନାଲ ପାଇଁ ୩୯୪ଟି ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ କ୍ରିଷ୍ଟାଲ ପ୍ୟାଲେସ, ନ୍ୟୁକ୍ୟାସଲ, କ୍ୟୁପିଆର, ଇଭରଟନ ଓ ଓ୍ବାଟଫର୍ଡ ପାଇଁ ଖେଳିଛନ୍ତି। ସେ ମଧ୍ୟ ଇଂଲଣ୍ଡ ପାଇଁ ୮୬ଟି ମ୍ୟାଚ୍‌ ଖେଳିଛନ୍ତି। ସେ ୧୯୮୨ ଓ ୧୯୮୬ ବିଶ୍ୱକପ୍‌ରେ ଇଂଲଣ୍ଡ ପାଇଁ ପ୍ରତିନିଧିତ୍ୱ କରିଥିଲେ। ୧୯୮୬ ବିଶ୍ୱକପ୍‌ରେ ଇଂଲଣ୍ଡ ଡିଏଗୋ ମାରାଡୋନାଙ୍କ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଥିଲା। ମାରାଡୋନା ଏହି ମ୍ୟାଚ୍‌ରେ ‘ହ୍ୟାଣ୍ଡ ଅଫ୍‌ ଗଡ୍‌’ ଗୋଲ ଦେଇ ଆର୍ଜେଣ୍ଟିନା ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Share