ପୂର୍ବତନ ଏମ୍‌ପି ଅର୍ଜୁନ ସେଠୀ ଅସୁସ୍ଥ

ଭଦ୍ରକ ଅଫିସ,୮ା୬ : ପୂର୍ବତନ ଭଦ୍ରକ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ ଏବେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ ତାଙ୍କ ପୁଅ ତଥା ଭାଜପା ନେତା ଅଭିମନ୍ୟୁ ସେଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନମୋହନ ସାମଲ ଓ ଅନ୍ୟ ଭାଜପା ନେତାମାନେ ଉପସ୍ଥିତ ଅଛନ୍ତି।