Categories: ଜାତୀୟ

ପୂର୍ବତନ ଏମ୍‌ପି ତଥା ଗବେଷିକା କ୍ରିଷ୍ଣା ବୋଷଙ୍କ ପରଲୋକ

କୋଲକାତା,୨୨।୨: ଗବେଷିକାରୁ ରାଜନୀତିରେ ପାଦ ରଖିଥିବା କ୍ରିଷ୍ଣା ବୋଷଙ୍କର ଶନିବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଜାଦବପୁରରୁ ତ୍ରୁଣମୂଳ କଂଗ୍ରେସର ଏମ୍‌ପି ଥିବା ବୋଷ କିଛିଦିନ ହେବ ଅସୁସ୍ଥ ଥିଲେ। ତେବେ ହୃଦରୋଗ କାରଣରୁ ତାଙ୍କୁ କିଛିଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ସୁଭାଷ ଚନ୍ଦ୍ର ବୋଷଙ୍କ ପୁତୁରା/ଭଣଜା ଶିଶିର କୁମାର ବୋଷଙ୍କୁ ବିବାହ କରିଥିଲେ।

Share