ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ତର୍ପଣସଭା

ସଜନାଗଡ,୧୮।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଡାକବଙ୍ଗଳା ପରିସରରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ତର୍ପଣସଭା ଅନୁଷ୍ଠିତ ହୋଇଛି। ସ୍ବର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍କୃତିଚାରଣ କରିଥିଲେ। ଏହି ଅବସରରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରଣୀବିକାଶ, ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱରର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇଥିଲେ। ସେହିପରି ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ ଓ ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ।