Categories: ଖେଳ

ପୂର୍ବତନ କ୍ରିକେଟର୍‌ ଶେୟାର କଲେ ଏମିତି ଫଟୋ, ଦେଖିଲେ ହସି ହସି ଗଡିଯିବେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ମହମ୍ମଦ କୈଫ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଫଟୋ ଶେୟାର କରିଛନ୍ତି। ଯାହା ଦେଖିଲେ ଆପଣ ନ ହସି ରହିପାରିବେନି। କୈଫ ରବିବାର ସନ୍ଧ୍ୟାରେ କରିଥିବା ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। କୈଫ ପୋଷ୍ଟ କରିଥିବା ଫଟୋରେ ଦୁଇ ପୋଲିସ ଜଣେ ଅପରାଧୀଙ୍କୁ ଧରି ଠିଆହୋଇଥିବାର ଦେଖାଯାଇଛି। ଫଟୋଟି ସାମାନ୍ୟ ଲାଗୁଥିଲେ ମଧ୍ୟ ଫଟୋ ମଝିରେ ଥିବା ଅପରାଧୀଜଣଙ୍କ ପିନ୍ଧିଥିବା ଟି-ଶର୍ଟଟି ହିଁ ହାସ୍ୟରୋଳ ସୃଷ୍ଟି କରିଛି। ଉକ୍ତ ଟି-ଶର୍ଟରେ ‘ସହି ପକଡେ ହୈ’(ଠିକ୍‌ ଧରିଛନ୍ତି) ଲେଖା ଅଛି। କୈଫ୍‌ ଫଟୋଟି ଅପଲୋଡ କରି ଏମିତି ବି ହୋଇପାରେ… କ୍ୟାପଶନ୍‌ ଦେଇଛନ୍ତି। ମହମ୍ମଦ କୈଫ କ୍ରିକେଟରୁ ଅବସର ନେବା ପରେ ଏବେ କମେଣ୍ଟ୍ରି କରୁଛନ୍ତି।

Share