Categories: ଖେଳ

ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ

ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ। ସେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେହ୍ବେଦରଙ୍କ ଅଙ୍କଲ ଥିଲେ। ରିଙ୍ଗ ବାହରେ ହେଉ କି ଭିତରେ ମୋ ଜୀବନରେ ଅଙ୍କଲଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଜଣେ ଚାମ୍ପିୟନ ଓ ଶ୍ରେଷ୍ଠ ଟେନର ଥିଲେ। ଦୁର୍ଭାଗ୍ୟବଶତଃ, କିଛି ବର୍ଷ ହେଲା ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିଲା ବୋଲି ଫ୍ଲଏଡ କହିଛନ୍ତି। ଫ୍ଲଏଡଙ୍କ ଟ୍ରେନର ଥିଲେ ରୋଜର। ତାଙ୍କ ନେତୃତ୍ୱରେ ଫ୍ଲଏଡ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ବହୁ ସଫଳତା ପାଇଛନ୍ତି। ରୋଜରଙ୍କ ଡାଇବେଟିସ ସମସ୍ୟା ଥିଲା। ସେ ସୁପର ଓ୍ବେଟ ଓ ସୁପର ଲାଇଟଓ୍ବେଟ ଟାଇଟଲ ହାସଲ କରିଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ୫୯ ମ୍ୟାଚ୍‌ ଜିତିଥିଲେ। ଜୁଲିଓ ସିଜର ଚାଭେଜ ଓ ପରନେଲ ହ୍ବିଟେକରଙ୍କୁ ହରାଇବା ତାଙ୍କ କ୍ୟାରିୟର ଉଲ୍ଲେଖନୀୟ ଘଟଣା ଥିଲା।

Share