Categories: ଖେଳ

ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ୫ ବର୍ଷ ଜେଲ୍‌

ଜୋହାନ୍ସବର୍ଗ, ୧୮ା୧୦ (ଏଏଫ୍‌ପି)-ଦୁର୍ନୀତି ଅଭିଯୋଗରେ ଦକ୍ଷିଣ ଆଫ୍ରିକାର ଜଣେ ପୂର୍ବତନ ବ୍ୟାଟ୍ସମ୍ୟାନ ଗୁଲାମ ବୋଦିଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ବୋଦି ନିଜ ଦେଶ ତରଫରୁ ମାତ୍ର ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ୮ଟି ଦୁର୍ନୀତି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୫ରେ ଏକ ଘରୋଇ ଟି୨୦ ପ୍ରତିଯୋଗିତାରେ ମ୍ୟାଚଗୁଡ଼ିକୁ ସେ ପ୍ରଭାବିତ ଅବା ଫିକ୍ସ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ) ଏହି ବ୍ୟାଟ୍ସମ୍ୟାନଙ୍କୁ ୨୦ ବର୍ଷ ବାସନ୍ଦ କରିସାରିଛି। ସିଏସଏ କହିବା ଅନୁସାରେ ବୋଦିଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବୋଦି ଗତବର୍ଷ ପୋଲିସ୍‌ ନିକଟରେ ସମର୍ପଣ କରିଥିଲେ। ପରେ ପ୍ରିଟୋରିଆର ଏକ କମର୍ସିଆଲ କୋର୍ଟ ତାଙ୍କୁ ଦଣ୍ଡ ବିଧାନ କରିଛି। ବୋଦି କିନ୍ତୁ ତାଙ୍କୁ କରାଯାଇଥିବା ଦଣ୍ଡ ବିଧାନ ବିରୋଧରେ କୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି।

Share