Categories: ଜାତୀୟ

ପୂର୍ବତନ ପିଡ଼ିପି ନେତା ଘୋଷଣା କଲେ ନୂଆ ରାଜନୈତିକ ଦଳ

ଶ୍ରୀନଗର,୮।୩: ଜମ୍ମୁ-କଶ୍ମୀରର ପୂର୍ବତନ ପିଡ଼ିପି ନେତା ତଥା ପୂର୍ବ ମନ୍ତ୍ରୀ ଅଲତାଫ୍‌ ବୁଖାରୀ ତାଙ୍କର ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଜମ୍ମୁ-କଶ୍ମୀର ଆପନି ପାର୍ଟି’(ଜେକେଏପି) ରଖିଛନ୍ତି। ଏହି ନୂଆ ରାଜନୈତିକ ଦଳରେ କଂଗ୍ରେସ, ପିଡ଼ିପି ଏବଂ ନ୍ୟାସନାଲ କନଫରେନ୍ସ୍‌ର ୩୧ ଜଣ ସଦସ୍ୟ ସାମିଲ୍‌ ହେବେ ବୋଲି କୁହାଯାଉଛି। କଶ୍ମୀର ପଣ୍ଡିତଙ୍କ ଘରବାହୁଡ଼ା, ଯୁବବର୍ଗ ଏବଂ ମହିଳା ସଶକ୍ତି କରଣ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ବୁଖାରୀ କହିଛନ୍ତି। ଗତବର୍ଷ ଅଗଷ୍ଟ ୫ଠାରୁ ଜମ୍ମୁ-କଶ୍ମୀରରେ ବହୁ ପରିବର୍ତ୍ତନ ଘଟିଛି। ଆମେ ନୂଆ ଦଳ ଗଠନ କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବୁ ବୋଲି ସେ କହିଛନ୍ତି।

Share