Categories: ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଇଙ୍ଗିତ କରି ଗୋଟିଏ ଗୋଷ୍ଠୀର ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ସ୍ମୃତିକୁ ଲିଭାଇଦେବାକୁ ଉଦ୍ୟମ ଚଳାଇଥିବା କହିଥିଲେ। ମୋରାରଜୀ ଦେଶାଇ ଓ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ସମ୍ପର୍କରେ ଆଜିର ପିଢ଼ି କ୍ୱଚିତ ଜାଣନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଜନସାଧାରଣଙ୍କ ମନରୁ ସେମାନଙ୍କ ସ୍ମୃତି ଲିଭାଇଦେବାକୁ ଉଦ୍ୟମ ହୋଇଆସିଛି। ତେବେ ବର୍ତ୍ତମାନର ସରକାର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିକୁ ପ୍ରଦର୍ଶିତ କରିବା ପାଇଁ ଚାହାନ୍ତି।

Share