Advertisement
Categories: ଜାତୀୟ

ପୂର୍ବତନ ଫୁଟବଲରଙ୍କ ମରଶରୀରକୁ ନେବାକୁ ୨ ପତ୍ନୀଙ୍କ ମଧ୍ୟରେ ଲାଗିଲା ଝଗଡ଼ା

ନୂଆଦିଲ୍ଲୀ,୨।୫: ଭାରତର ପୂର୍ବତନ ଫୁଟବଲର ପି. କନ୍ନନଙ୍କ ମୃତ୍ୟୁ ପରେ ମୃତ ଶରୀରକୁ ନେବାକୁ ତାଙ୍କ ପୂର୍ବତନ ପତ୍ନୀ ଓ ଏବେକାର ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳି ପରିସ୍ଥିତି ଯୋଗୁ କନ୍ନନଙ୍କ ମୃତଦେହ ଶବଦାହ ଗୃହରେ ୩ ଦିନ ରହିବା ପରେ ବେଙ୍ଗାଲୁର ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଭାରତୀୟ ଦଳ ପାଇଁ ପ୍ରାୟ ୧୪ଟି ମ୍ୟାଚ ଖେଲିଥିବା ଏହି ଫରଓ୍ବାର୍ଡ ଫୁଟବଲର ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗତ ରବିବାର ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଜଣାପଡିଥିଲା କି ତାଙ୍କ ପରିବାରରେ କନ୍ନନଙ୍କ ପତ୍ନୀ ଏଣ୍ଟୋନେଟି ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ହେଲେ ଯେତେବେଳେ ମୃତଦେହ ନେବାର ସମୟ ଆସିଲା ସେତେବେଳେ ବେଙ୍ଗାଲୁରରେ ଥିବା ତାଙ୍କ ପ୍ରଥମ ପତ୍ନୀ ବିଜୟଲକ୍ଷ୍ମୀ ପହଞ୍ଚି ବିବାହ ପ୍ରମାଣ ପତ୍ର ଦେଖାଇ ମୃତଦେହ ନେବାକୁ ଦାବି କରିଥିଲେ। ଶେଷରେ ୩ ଦିନ ପରେ ମାମଲା ସମାଧାନ ହେବାରୁ କନ୍ନନଙ୍କ ପ୍ରଥମ ପତ୍ନୀ ତାଙ୍କ ମୃତଦେହକୁ ବେଙ୍ଗାଲୁର ନେଇଯାଇଥିଲେ ଓ ଦ୍ୱିତୀୟ ପତ୍ନୀ ଖାଲି ହାତରେ କୋଲକାତା ଫେରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share