ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳଙ୍କ ପିତାଙ୍କ ଦେହାନ୍ତ

କଟକ ଅଫିସ, ୭।୪- ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। କଟକ ଜିଲାପାଳଙ୍କ ସରକାରୀ ବାସଭବନରେ ସେ ସକାଳ ୬ଟା ୫୫ ମିନିଟ ସମୟରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ମତ୍ୟୁଶଯ୍ୟା ନିକଟରେ ପୁତ୍ର ଭବାନୀ ଶଙ୍କର ଚୟନୀ, ପତ୍ନୀ ଶ୍ରୀୟାରାଣୀ ଚୟନୀ, କନ୍ୟା ଡାକ୍ତର ନିରୂପମା ଚୟନୀ,ମନୋରମା ଚୟନୀ, ସୁଷମା ଚୟନୀ ଏବଂ ପୁତ୍ରବଧୂ ଲୀନୁ ଚୟନୀ, ନାତି ନାତୁଣୀ, ଜ୍ୱାଇଁଙ୍କ ସମେତ ପରିବାରବର୍ଗ ଏବଂ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।

ସ୍ବର୍ଗତ ଦାମୋଦର ଚୟନୀ ୧୯୨୨ ମସିହାରେ ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନରୁଆ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ପୂର୍ବରୁ କଟକ ଜିଲାର ଆଠଗଡ଼ ଉପଜିଲାପାଳ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜିଲ୍ଳା ର ସମସ୍ତ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ,ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ବାସଭବନରେ ପହଞ୍ଚି ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତା ବଜାୟ ରଖି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଚୟନୀଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ବାସଭବନକୁ ନିଆଯାଇ ପୁରୀ ସ୍ବର୍ଗଦ୍ୱାରଠାରେ ନିରାଡ଼ମ୍ବର ସହ ଯଥାବିଧି ଶେଷକୃତ କରାଯାଇଥିବା ସୂଚନା ମିଳିଛି।

Share