Categories: ଖେଳ

ପୂର୍ବତନ ବାର୍ସିଲୋନା କୋଚ୍‌ଙ୍କ ୯ବର୍ଷୀୟ ଝିଅର ମୃତ୍ୟୁ

ମାଡ୍ରିଡ୍‌,୩୦।୮: ପୂର୍ବତନ ସ୍ପାନିସ କୋଚ୍‌ ଲୁଇସ ଏନ୍‌ରିକ୍ୟୁଙ୍କ ୯ ବର୍ଷୀୟା ଝିଅ ଜାନାଙ୍କ ମୃତ୍ୟୁ ଘଟିଛି। ସେ ଅସ୍ଥି ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ଝିଅ ଜାନା ସହ ଅଧିକ ସମୟ ବିତାଇବା ଲାଗି ଏନ୍‌ରିକ୍ୟୁ ଗତ ଜୁନ୍‌ରେ ସ୍ପେନ୍‌ ଜାତୀୟ ଦଳର କୋଚ୍‌ ପଦତ୍ୟାଗ କରିଥିଲେ। ସେ ୫ ମାସ ଧରି ଅସ୍ଥି କର୍କଟ ରୋଗରେ ପୀଡ଼ିତ ଥିଲେ। ସାଣ୍ଟ ଜୋଅନ ଡେ ଡେଉ ଓ ସାଣ୍ଟ ପାଉ ମେଡିକାଲର ଡାକ୍ତର, ଷ୍ଟାଫ, ନର୍ସ ଓ ସମସ୍ତ ଭଲ୍ୟୁଣ୍ଟିୟରଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ବୋଲି ଏନ୍‌ରିକ୍ୟୁ କହିଛନ୍ତି। ସ୍ପେନ୍‌ର ଷ୍ଟାର ଟେନିସ ଖେଳାଳି ରାଫାଲ ନାଡାଲ ଓ ବାର୍ସିଲୋନା ପକ୍ଷରୁ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ଏନ୍‌ରିକ୍ୟୁ ଖେଳାଳି ଓ କୋଚ୍‌ ଭାବେ ଦୁଇ ଥର ଲା ଲିଗା ଲିଗ୍‌ ଜିତିଛନ୍ତି।

Share