Categories: ଜାତୀୟ

ପୂର୍ବତନ ବିଧାୟକଙ୍କ ଅଜବ ଦାବି: ହନୁମାନ ଚାଳିଶା ପଢିଲେ କରୋନା ସଙ୍କଟରୁ ମିଳିବ ମୁକ୍ତି

ଭୋପାଳ,୧୨।୬: ମଧ୍ୟପ୍ରଦେଶର ସେହୋର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସାକ୍ସେନା କରୋନା ସମ୍ପର୍କରେ ଅଜବ ଦାବି କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରମେଶ କହିଛନ୍ତି ଯେ, କରୋନା ପାଇଁ ଡାକ୍ତରୀ ବିଜ୍ଞାନରେ କୌଣସି ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେଣୁ କେବଳ ଭଗବାନଙ୍କ କୃପା ମନୁଷ୍ୟକୁ ଏଭଳି ସଙ୍କଟରୁ ରକ୍ଷା କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ହନୁମାନ ଚାଳିଶା ଉଲ୍ଲେଖ ଅଛି ‘ନାସୈ ରୋଗ ହରୈ ସବ ପିରା, ଜପତ ନିରନ୍ତର ହନୁମତ ବିରା’, ଏଥିରୁ ସ୍ପଷ୍ଟ ଯେ ହନୁମାନଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହ ପ୍ରତିଦିନ ହନୁମାନ ଚାଳିଶା ପାଠ କଲେ କରୋନା ସଙ୍କଟରୁ ମୁକ୍ତି ମିଳିବ ବୋଲି ସକ୍ସେନା କହିଛନ୍ତି।

Share