Categories: ଜାତୀୟ

ପୂର୍ବତନ ଭାଜପା ଅଧ୍ୟକ୍ଷ କମଲ ଶର୍ମାଙ୍କ ପରଲୋକ

ଚଣ୍ଡିଗଡ,୨୭।୧୦: ପଞ୍ଜାବ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ କମଲ ଶର୍ମାଙ୍କର ରବିବାର ସକାଳେ ପରଲୋକ ହୋଇଛି। ସକାଳେ ତାଙ୍କୁ ହୃଦଘାତ ହେବା ପରେ ଫିରୋଜପୁର ଜିଲାରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀପାବଳି ଥିବାରୁ ସେ ରବିବାର ସକାଳେ ଫେସ୍‌ବୁକ୍‌ ମାଧ୍ୟମରେ ତାଙ୍କ ଫ୍ରେଣ୍ଡମାନଙ୍କୁ ଶୁଭେଚ୍ଛା ଜଣାଉଥିଲେ। ଏହି ସମୟରେ ହୃଦଘାତ ହେବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଫିରୋଜପୁରରେ ରହୁଥିଲେ।

Share