Categories: ଖେଳ

ପୂର୍ବତନ ଭାରତୀୟ ଓପନର୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଅନେକ ଦିନ ହେବ ସେ ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଜ୍‌ କେଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅକ୍ଟୋବର ୫ ୧୯୩୨ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୫୦ ଜଣେ ଓପନର୍‌ ଭାବେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଥିଲେ। ଭାରତ ପାଇଁ ସେ ୭ଟି ଟେଷ୍ଟ ଖେଳି ୪୯.୫ ହାରରେ ୫୪୨ ରନ କରିଥିଲେ। ଏହାସହ ପ୍ରଥମଶ୍ରେଣୀ କ୍ରିକେଟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

Share