Categories: ଖେଳ

ପୂର୍ବତନ ଭାରତୀୟ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍‌ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍‌ ଜିତିଥିବା ଭାରତୀୟ ଫୁଟ୍‌ବଲ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଚାଟାର୍ଜୀ ଜାତୀୟ ସିନିୟର ଦଳ ପକ୍ଷରୁ ୩୦ ଥର ପ୍ରତିନିଧିତ୍ୱ କରିଛନ୍ତି। ୧୯୬୫ ମର୍ଡେକା କପ୍‌ରେ ଜାପାନ ବିପକ୍ଷ ମ୍ୟାୁଚରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ପି.କେ. ବାନାର୍ଜୀଙ୍କ ବଦଳ ଖେଳାଳି ହିସାବରେ ସେ ଖେଳିଥିଲେ। ସେ ଭାରତ ତରଫରୁ ମୋଟ ୧୦ଟି ଗୋଲ ସ୍କୋର କରିଥିଲେ। ୧୯୬୬ ମର୍ଦେକା କପ୍‌ ଗ୍ରୁପ୍‌ ଲିଗ୍‌ ଷ୍ଟେଜ୍‌ରେ ଜାପାନ ବିପକ୍ଷରେ ୩-୦ ବିଜୟ ମ୍ୟାଚରେ ବ୍ୟକ୍ତିଗତ ୨ଟି ଗୋଲ ସ୍କୋର କରିଥିଲେ। ଚାଟାର୍ଜୀ ୧୯୬୬ରେ ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ଏସିଆନ ଗେମ୍ସ ଏବଂ ୧୯୬୭ରେ ଏସିଆନ କପ୍‌ କ୍ୱାଲିଫାୟର୍ସରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଚାଟାର୍ଜୀଙ୍କ ବିୟୋଗରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଭାରତୀୟ ଫୁଟ୍‌ବଲକୁ ଚାଟାର୍ଜୀଙ୍କ ଅବଦାନ ଭୁଲି ହେବନାହିଁ।

Share