ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।

ଜଗନ୍ନାଥ ଧାମନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସ୍ବାସ୍ଥ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଜନୀତି କ୍ଷେତ୍ରକୁ ଆସିବା ପୂର୍ବରୁ ସେ ଧୁଷୂରି ମୂରଲୀଧର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘଦିନ ଧରି ଅବସ୍ଥାପିତ ଥିଲେ। ସେ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବେ ରାଜ୍ୟ ତଥା ଜିଲାର ବିଭିନ୍ନ ପଦପଦବୀରେ ରହିଥିଲେ।

Share