ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନବରଙ୍ଗପୁର,୧୫-୧(ବି.ପ୍ର.):ନବରଙ୍ଗପୁର ଜିଲା ଗାଦବାଗୁଡା ସାହିରେ ରହୁଥିବା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି(୭୯)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଛତିଶଗଡ ରାୟପୁରର ରାମକୃଷ୍ଣ କେୟାର ସେଣ୍ଟର ହସ୍ପିଟାଲରେ ରବିବାରଠାରୁ ସେ ଚିକିତ୍ସିତ ହେଉଛନ୍ତି। ହଦ୍‌ ଯନ୍ତ୍ରଣା ସହ ହିମୋଗ୍ଲୋବିନ ୬ ପ୍ରତିଶତ ରହିଛି। ରକ୍ତ କମ୍‌ ରହିଥିବା ହେତୁ ଅସ୍ତ୍ରୋପଚାର କରାଯିବା ସମ୍ଭବ ହୋଇ ପାରୁ ନାହିଁ। ଚିକିତ୍ସା ପରେ ଏବେ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଘଟିଛି ବୋଲି ଡାକ୍ତର କହିଛନ୍ତି। ଡମ୍ବରୁ ବିଏ, ଏଲ.ଏଲ.ବି ପାସ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ। ସେ ୧୯୬୭ ଓ ୧୯୭୧ରେ ସ୍ବତନ୍ତ୍ର ଦଳରୁ ୨ଥର ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Share