Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର: ତୋପ ସଲାମୀରେ ଫୁଟିଲାନି ବନ୍ଧୁକରୁ ଗୁଳି

ପାଟନା,୨୨।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅନ୍ତିମ ସଂସ୍କାର ବୁଧବାର ସାପୁଲ୍‌ ଜିଲାର ଥିବା ତାଙ୍କ ପୈତୃକ ଗାଁରେ ହୋଇଛି। ତୋପ ସଲାମୀ ସମୟରେ ପୋଲିସ ପକ୍ଷରୁ ବ୍ୟବହାର କରାଯାଇଥିବା ୨୨ଟି ବନ୍ଧୁକ ମଧ୍ୟରୁ କୌଣସି ଗୋଟିଏରୁ ବି ଗୁଳି ଫୁଟି ନ ଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଧୁକ ନ ଫୁଟିବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

Share