ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଦେହାନ୍ତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଜିବିଆର୍‌ ଦୋରାଙ୍କ ଗତ ୧୨ ତାରିଖରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୋରା ୧୯୬୨ରେ ବୁର୍ଲା ଇଞ୍ଜିନିୟରିଂ କଲେଜରେ ଡିଗ୍ରୀ ଶେଷ କରିବା ପରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସେ ସଫଳତା ହାସଲ କରିଥିଲେ। ଦୋରା ଓଡ଼ିଶା ହାଇକୋର୍ଟର ଜଣାଶୁଣା ଓକିଲ ଜିଏଆର୍‌ ଦୋରାଙ୍କ ସାନଭାଇ ଏବଂ ସ୍ବର୍ଗତ ଡା. ସତ୍ୟବାଦୀ ହାଜାରୀଙ୍କ ବଡ଼ ଜ୍ୱାଇଁ ଅଟନ୍ତି।

Share