![](https://www.dharitri.com/wp-content/uploads/2019/08/c6d9446d-b504-4cbb-9b47-66d8d01804d2.jpg)
କଟକ ଅଫିସ, ୨୬।୮: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କର ସୋମବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଖାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।