ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୧ ବର୍ଷ ବୟସ ହୋଇଥିଲା। ଖରିଆର ରୋଡ୍‌ସ୍ଥିତ ବାସଭବନରେ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ୪ ଏପ୍ରିଲ ୨୦୧୨ରୁ ୩ ଏପ୍ରିଲ ୨୦୧୮ ଯାଏ ସେ ରାଜ୍ୟ ସଭା ସଦସ୍ୟ ଥିଲେ। ଏ.ଭି. ସ୍ବାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ନବରଙ୍ଗପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ। ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ସେ ମନୋନୀତ ହୋଇଥିଲେ।

Share