Categories: ଖେଳ

ପୂର୍ବତନ ଶୁଟର ପୂର୍ଣ୍ଣିମାଙ୍କ ପରଲୋକ

ନୂଆଦିଲ୍ଲୀ, ୨୩ା୬ (ପି.ଟି.)-କର୍କଟ ରୋଗରେ ପୀଡ଼ି ଥିବା ଭାରତର ପୂର୍ବତନ ଶୁଟର ପୂର୍ଣ୍ଣିମା ଜାନାନେଙ୍କର ପରଲୋକ ଘଟିଛି। ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଦେଶର ଶୁଟିଂ ମହଲରେ ଶୋକର ଛାୟା ଖେଳିଯାଇଛି। ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା ଶୋକ ପ୍ରକାଶ କରିଛନ୍ତି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ ଲାଇସେନ୍ସପ୍ରାପ୍ତ କୋଚ୍‌ ଜାନାନେ ଦୁଇବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ। ସେ କ୍ରମେ ଆରୋଗ୍ୟ ଲାଭ କରି ଆସୁଥିଲେ। ଜାନାନେ ଭାରତର ତରଫରୁ ଏକାଧିକ ଥର ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍ଡ କପ୍‌, ଏସିଆନ ଚାମ୍ପିୟନଶିପ୍‌, ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ ସମେତ ଅନ୍ୟ କେତେକ ପ୍ରଅତିଯୋଗିତାରେ ଭାଗ ନେଇ ଥିଲେ। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ଜାତୀୟ ରେକର୍ଡ ହାସଲ କରିଥିଲେ। ପରେ ସେ ନିଜକୁ କୋଚିଂ କାର୍ଯ୍ୟରେ ନିୟୋଜିତ କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସେ ଶିବଛତ୍ରପତି ସ୍ପୋଟର୍‌ସ ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ।

Share