Categories: ଭଦ୍ରକ

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାସୁଦେବପୁର,୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବରଣ୍ଡୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗରେ ଏକକାଳୀନ ନଗେନ୍ଦ୍ରଙ୍କ ବରଣ୍ଡୁଆ ସ୍ଥିତ ବାସଭବନ ଓ ସେବା ସମବାୟ ସମିତି କାର୍ଯ୍ୟାଳୟ ଏବଂ ବେତଡା ସ୍ଥିତ ପେଟ୍ରୋଲ ପମ୍ପ ଓ ଘର ସମେତ ଅନ୍ୟାନ୍ୟ କେତେକ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଭିଜିଲାନ୍ସର ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।