Categories: ଖେଳ

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି। ପୁଅ କମଲବୀର ସିଂ କହିଛନ୍ତି ବାପାଙ୍କର ମୋ ସହିତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା। ଜଳନ୍ଧର ଜିଲାର ସଂସାରପୁରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ବଲ୍‌ବୀର ୧୯୬୩ରେ ଫ୍ରାନ୍ସର ଲିଅନଠାରେ ଭାରତ ତରଫରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ସେ ଭାରତୀୟ ଦଳ ସହିତ ବେଲଜିୟମ, ଇଂଲଣ୍ଡ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଏବଂ ତତ୍‌କାଳୀନ ପଶ୍ଚିମଜର୍ମାନୀ ଗସ୍ତ କରିଛନ୍ତି। ସେ ୧୯୬୬ (ବ୍ୟାଙ୍କକ୍‌) ଏସିଆନ ଗେମ୍ସ ସ୍ବର୍ଣ୍ଣ ଏବଂ ୧୯୬୮ (ମେକ୍ସିକୋ) ଅଲିମ୍ପିକ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳର ଅନ୍ୟତମ ସଦସ୍ୟ ଥିଲେ। ବଲବୀର ଆହୁରି ମଧ୍ୟ ୧୯୬୬ ବ୍ୟାଙ୍କକ୍‌ ଏସିଆନ ଗେମ୍ସ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଜାତୀୟ ଦଳର ଚୟନକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। କୁଲାରଙ୍କ ଦେହାନ୍ତ ପାଇଁ ହକି ଇଣ୍ଡିଆ ଗଭୀର ୋୟଶାକ ପ୍ରକାଶ କରିଛି।

Share