ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି ଫିଲ୍ମ କରିନାହାନ୍ତି ସତ କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ଏବଂ ବୋଲ୍ଡନେସ୍‌ ପାଇଁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ  ବାଣୀଙ୍କ ଫିଲ୍ମ ଆଉ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି…
ବାଣୀଙ୍କ ବାପା ଶିବ କପୁର ଚାହୁଁ ନ ଥିଲେ କି ସେ ଗ୍ଲାମର ଦୁନିଆରେ ପାଦ ଦିଅନ୍ତୁ ବୋଲି। ଶିବ କପୁର ଦିଲୀରେ ଏକ ଫର୍ଣ୍ଣିଚର ଏକ୍ସପୋର୍ଟର କାମ କରୁଛନ୍ତି। ଏହା ସହ ଏକ ଏନ୍‌ଜିଓ ମଧ୍ୟ ରହିଛି। ତାଙ୍କ ମାଆ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ବର୍ତ୍ତମାନ ସେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଛନ୍ତି। ବାଣୀଙ୍କ ବଡ଼ ଭଉଣୀ ନୁପୂର ବିବାହ ପରେ ହଲାଣ୍ଡରେ ରହୁଛନ୍ତି।
ଏକ ସାକ୍ଷାତକାରରେ ବାଣୀ କହିଛନ୍ତି, ତାଙ୍କ ବାପା ଚାହୁଁଥିଲେ ଝିଅମାନେ ଶୀଘ୍ର ବାହା ହୋଇଯାଆନ୍ତୁ। ତାଙ୍କ ଭଉଣୀ ୧୮ ବର୍ଷରେ ବାହା ହୋଇଯାଇଥିଲେ। କିନ୍ତୁ ବାଣୀ ଶୀଘ୍ର ବାହା ହେବାକୁ ଚାହୁଁ ନ ଥିଲେ। ସେ ମଡେଲ ହେବାକୁ ଚାହଁୁଥିଲେ ଯେଉଁଥିରେ ତାଙ୍କ ମାଆ ବହୁତ ସାହାଯ୍ୟ କରିଛନ୍ତି। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ବାଣୀ ଏକ ହୋଟେଲରେ ଚାକିରି କରିଥିଲେ। ସେ ଟୁରିଜିମ୍‌ରେ ଡିଗ୍ରୀ କରିବା ପରେ ଓବରାୟ ହୋଟେଲରେ ଚାକିରି କରୁଥିଲେ। ପରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆଜିପର୍ଯ୍ୟନ୍ତ ସେ ୩ଟି ଫିଲ୍ମରେ କାମ କରିିଛନ୍ତି ମାତ୍ର କୌଣସି ସୁପରହିଟ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ବି ନୁହନ୍ତି।

Share