ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ

ବାସୁଦେବପୁର, ୯। ୩(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ନୂଆଗଡ ଗ୍ରାମର ନିରଞ୍ଜନ ମଳିକ ନାମକ ବ୍ୟକ୍ତିଙ୍କୁ ତାଙ୍କର କେତେକ ପଡୋଶୀ ମରଣାନ୍ତକ ଆକ୍ରମଣ କରି ପିଟି ପିଟି ହତ୍ୟା କରିଛନ୍ତି। ସୋମବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି। ନିରଞ୍ଜନ ଓ ତାଙ୍କ ବାପା ଜନିଆ ମଳିକ ଘରେ ଥିବା ବେଳେ କେତେକ ପଡୋଶୀ ସଂଘବଦ୍ଧ ଭାବରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ବାସୁଦେବପୁର ଡାକ୍ତରଖାନାରେ ଅଟକ ଅଛି। ବାସୁଦେବପୁର ପୋଲିସ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ପୋଲିସ ଖୋଜାଖୋଜି କରୁଛି। ସନ୍ଧ୍ୟାରେ ସାଇଣ୍ଟଫିକ୍‌ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି।