ବ୍ରହ୍ମପୁର ଅଫିସ,୧୮ା୪: ଗଞ୍ଜାମ ଜିଲାର ଆସିକା ଲୋକ ସଭା ଏବଂ ଏହା ଅଧୀନ ୭ଟି ବିଧାନସଭା ଯଥା ଆସିକା, ହିଞ୍ଜିଳି, ସାନଖେମୁଣ୍ଡି, ସୋର ପୋଲସରା, ଖଲିକୋଟ ଓ କବିସୂର୍ଯ୍ୟନଗର ସହିତ କନ୍ଧମାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଞ୍ଜନଗର ବିଧାନସଭା ଆସନ ପାଇଁ ଗୁରୁବାର ଭୋଟଗ୍ରହଣ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସକାଳ ୯ଟା ସୁଦ୍ଧା ମାତ୍ର ୮.୩୮ ପ୍ରତିଶତ ମତଦାନ ହୋଇଥିଲା। ହେଲେ ପରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୧ ପ୍ରତିଶତ ମତଦାନ କରାଯାଇଥିବାବେଳେ ପୋଲସରାରେ ୨୬.୫ ପ୍ରତିଶତ, କବିସୂର୍ଯ୍ୟନଗରରେ ୨୭ ପ୍ରତିଶତ, ଖଲିକୋଟରେ ୧୦.୨୩ ପ୍ରତିଶତ, ଆସିକାରେ ୨୨.୩୧ ପ୍ରତିଶତ, ସୋର ୨୦.୫ପ୍ରତିଶତ, ସାନଖେମୁଣ୍ଡିରେ ୨୦.୪ ପ୍ରତିଶତ ଏବଂ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦.୪ ପ୍ରତିଶତ ମତଦାନ ହୋଇଛି ।