Categories: ଖେଳ

ପୂର୍ବ କ୍ରିକେଟରଙ୍କ ବିବାଦୀୟ ବୟାନ: ଆମ ପାଖରେ ପରମାଣୁ ବୋମା ଅଛି ଭାରତକୁ ଧ୍ୱଂସ କରିଦେବୁ

ଶ୍ରୀନଗର, ୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ବିବାଦୀୟ ବୟାନ୍‌ ଦେଉଛନ୍ତି। ଶାହିଦ୍‌ ଆଫ୍ରିଦ୍‌, ସୋଏବ ଅଖତର ଏବଂ ସରଫରାଜ ଅହମ୍ମଦଙ୍କ ପରେ ଏବେ ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ୍‌ ବିବାଦୀୟ ବୟାନ ଦେଇଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ସେ କହିଛନ୍ତି, ଯଦି ଯନ୍ତ୍ରପାତିର ଲାଇସେନ୍ସ ଆପଣଙ୍କ ପାଖରେ ଅଛି ତେବେ ଆକ୍ରମଣ କରିବା ଉଚିତ। ଯେତେବେଳେ ଘରେ ଘରେ ଯାଇ ମୃତଦେହ ପହଞ୍ଚିବ ସେତେବେଳେ ସେମାନେ ବୁଝିପାରିବେ ବୋଲି କହିଛନ୍ତି। ଭାରତ ଏକ ଭୟାଳୁ ଦେଶ। ଆଜି ପର୍ଯ୍ୟନ୍ତ ସେମାନେ କ’ଣ କରିଛନ୍ତି। ଆମ ପାଖରେ ପରମାଣୁ ବୋମା ଅଛି। ସୁଯୋଗ ଦେଖି ସଫା କରିଦେବୁ ବୋଲି ସେ କହିଛନ୍ତି।

Share