ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍‌ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍‌ମାନ

ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍‌। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ ଦୁହେଁ ଅଲଗା ହୋଇ ଯାଇଥିଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ନୂଆବର୍ଷକୁ ନେଇ ଉତ୍ସବ କରାଯାଉଥିବା ବେଳେ ପୁରୁଣା ପ୍ରେମିକାଙ୍କ ସହ ସଲ୍‌ମାନଙ୍କୁ ଦେଖିବାକୁ ମିଳିଛି।

ପନ୍‌ବେଲରେ ଥିବା ଫାର୍ମହାଉସ୍‌ରେ ନବବର୍ଷକୁ ସ୍ବାଗତ କରିଛନ୍ତି ସଲ୍‌ମାନ। ଏହାକୁ ପାଳନ କରିବା ଲାଗି ସେ ପରିବାର ଓ ବନ୍ଧୁମାନଙ୍କ ସହ ଏକତ୍ର ହୋଇଥିଲେ। ସଙ୍ଗୀତା, ଡେଜି ଶାହ, ବର୍ଦ୍ଧା ନାଦିଆଓ୍ବାଲା , ସୋହେଲଙ୍କ ପୁଅ ନିରଓ୍ବାନ ଖାନ୍‌ ଏବଂ ତାଙ୍କ ବନ୍ଧୁ ପ୍ରମୁଖଙ୍କୁ ଫାର୍ମହାଉସ୍‌ ବାହାରେ ଦେଖାଯାଇଥିଲା। ସଲ୍‌ମାନ ମଧ୍ୟ କଫି ମଗ ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଛି।

ମୋଟାମୋଟି କହିବାକୁ ଗଲେ ୨୦୧୯ ସଲ୍‌ମାନଙ୍କ ପାଇଁ ଅନେକ ସ୍ମୃତି ନେଇ ଆସିଥିଲା। ଶେଷ ମାସ ଡିସେମ୍ବରରେ ଦବଙ୍ଗ-୩ ରିଲିଜ୍‌ ହୋଇଥିଲା। ଏହା ପରେ ୨୭ ଡିସେମ୍ବରରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଠିକ୍‌ ସେହିଦିନ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏସବୁକୁ ଦେଖି ସଲ୍‌ମାନ ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।

Share