ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଆହତ, ୨ ଗିରଫ

ଧର୍ମଶାଳା,୧୦ା୯(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଗ୍ରାମରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଏଥିରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ପ୍ରଶାନ୍ତ ଦଳେଇ ଓ କୁନା ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ଏ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ଖୁଲଣାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ. ୩୬୯/୧୯) ରୁଜୁକରି ସୋମବାର କବିର ଦଳେଇ ଓ ସନ୍ତୋଷ ଦଳେଇଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପ୍ରକାଶ ଯେ, ଗ୍ରାମର କବିର, ସନ୍ତୋଷ ଓ ରାଜା ଦଳେଇ ମିଶି ପ୍ରଶାନ୍ତ ଓ ପଡୋଶୀ ଘରର କୁନା ନାୟକଙ୍କୁ କୌଣସି ଏକ କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରାଗିଯାଇ ସେମାନେ ପନିକିରେ ପ୍ରଶାନ୍ତ ଏବଂ କୁନାଙ୍କୁ ଆକ୍ରମଣ କରିଥିଲେ।