ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି। ସେ ହେଲେ ସୁରେଶନ ପୁଟେଲଙ୍କ ପୁଅ ନିତ୍ୟାନନ୍ଦ(୩୬)।
ପ୍ରକାଶ ଯେ, ନିତ୍ୟାନନ୍ଦ ସବୁଦିନ ପରି ନିତ୍ୟକର୍ମ ପାଇଁ ଗାଁ ପାଖ ସୁରମାଖାଦାନ ପୋଖରୀକୁ ଯାଇଥିଲେ। ସେଠାରେ ପୂର୍ବ ଯୋଜନା ମୁତାବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ନିତ୍ୟାନନ୍ଦଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଗାଁର କ୍ଷମାନୀଧି ପୁଟେଲ ଓ ପ୍ରଶାନ୍ତ ପୁଟେଲ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଉଭୟ ପରିବାର ପଡ଼ୋଶୀ ହୋଇଥିବା ବେଳେ ଘରଡ଼ିହକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ଜଣାଯାଇଛି।