ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ଜଣେ ଅଟକ

ଚଣ୍ଡିଖୋଲ, ୧୦।୮(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନସ୍ଥ ବନ୍ଦାଳ ପଞ୍ଚାୟତର ଡିହକରନ୍ଦା ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାର ତିନି ଜଣଙ୍କୁ ସେହିଗ୍ରାମର ଜଣେ ଯୁବକ ମରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (୧୭୮/୧୯)ରୁଜୁକରି ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଯୁବକ ଜଣଙ୍କ ହେଲେ ଅନନ୍ତ ମଲିକ। ପ୍ରକଶ ଯେ, ଡିହକରନ୍ଦା ଗ୍ରାମର ଅନନ୍ତ ପରିବାର ସହ ନକୁଳ ମଳିକଙ୍କ ପରିବାରର ପୂର୍ବରୁ ଶତ୍ରୁତା ରହିଥିଲା। ଗୁରୁବାର ରାତିିରେ ନକୂଳ ମଲିକଙ୍କ ପରିବାର ଲୋକେ ତାଙ୍କ ଘର ନିକଟରେ ଥିବା ନଳକୂଅ ପାଖରେ ବାସନକୂସନ ରଖି ସଫା କରୁଥିଲେ। ଅନନ୍ତ ସେହିବାଟରେ ବାଇକ୍‌ରେ ଯାଉଥିଲେ। ଗାଡିଟି ବାସନକୁସନ ଉପରେ ମାଡିଯାବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନନ୍ତ ଏକ ଫାର୍ସାରେ ନକୂଳ ଏବଂ ତାଙ୍କ ଦୁଇ ପୁଅକୁ ଆକ୍ରମଣ କରିଥିଲେ। ଫଳରେ ନକୂଳ ଓ ତାଙ୍କ ଦୁଇ ପୁଅ ଦେବରାଜ ଏବଂ କାଳନ୍ଦି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ନକୂଳଙ୍କୁ କଟକ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନେ ବଡ଼ଚଣାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Share