ପୂର୍ବ ଶତ୍ରୁତାରୁ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଉଦପୁର ଗାଁରେ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତାରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋମବାର ବିଳମ୍ବିତ ରାତିରେ ବାଉଦପୁର ଗ୍ରାମର ବାବୁରାମ ଜେନା ତାଙ୍କ ପରିବାର ଲୋକଙ୍କ ସହ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହା ଜାଣିପାରି ଘରୁ ବାହାରି ଆସିଥିଲେ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଲା ବେଳକୁ ଘର ଭସ୍ମୀଭୂତ ହୋଇସାରିଥିଲା।