Categories: ଗଞ୍ଜାମ

ପୂର୍ବ ଶତ୍ରୁତାରୁ ଛୁରାମାଡ, ଅଭିଯୁକ୍ତ ଗିରଫ

କୋଦଳା,୧୪ା୯(ଡି.ଏନ.ଏ.): କୋଦଳା ଥାନା ଫାସି ପଞ୍ଚାୟତର ମେଦିନୀପୁର ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୨୩୫/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି। ସେ ହେଲେ ମିଥୁନ ମଣ୍ଡଳ। ଘଟଣାରେ ବ୍ୟବହୃତ ଛୁରୀକୁ ଜବତ ହୋଇଛି। ଏତଲା ପ୍ରକାରେ, ମେଦିନୀପୁରର ସୀମାଞ୍ଚଳ ମିଶ୍ର (୫୬) ଓ ମିଥୁନଙ୍କ ମଧ୍ୟରେ ଜମିବାଡ଼ିିକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ବୁଧବାର ସକାଳୁ ମିଥୁନଙ୍କ ମା’ ଘର ଝାଡୁ କରି ସୀମାଞ୍ଚଳଙ୍କ ଘର ଆଗରେ ଅଳିଆ ପକାଇବାପରେ ସୀମାଞ୍ଚଳ ଏହାର ପ୍ରତିବାଦ କରିଥିଲେ। କିଛି ସମୟ ପରେ ଉଭୟେ ଘରକୁ ଫେରିଯାଇଥିଲେ। ରାତି ୮ଟାରେ ସୀମାଞ୍ଚଳ ଘରେ ଥିବା ସମୟରେ ମିଥୁନ ତାଙ୍କୁ ଡାକିଆଣି ବାହାରେ ଏକ ଛୁରୀରେ ପେଟକୁ ଭୂଶି ଦେଇଥିଲେ। ସୀମାଞ୍ଚଳ କୌଶଳକ୍ରମେ ସେଠାରୁ ଖସିଯାଇ ଜଣଙ୍କ ଘରେ ପଶି ଯାଇଥିଲେ। ଏ ନେଇ ଗୁରୁବାର ସୀମାଞ୍ଚଳଙ୍କ ପରିବାର କୋଦଳା ଥାନାରେ ଏତଲା ଦେଇଥିଲେ।