ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ. କାପିଆମ୍ମା ପାତ୍ରଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଛନ୍ତି। କାପିଆମ୍ମା ଓ ତାଙ୍କ ପୁଅ ଆସୁଥିବା ବେଳେ ଗ୍ରାମର କେତେକ ଲୋକେ ତାଙ୍କୁ ଆକ୍ରମଣ କରିବା ସହ ନିବସ୍ତ୍ର କରି ମାରପିଟ୍‌ କରିଥିବା ସେ ଏତେଲାରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ରମ୍ଭା ଥାନା ଅଧିକାରୀ ପି. ସ୍ବରୂପ କିଷନଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଅନ୍ୟପକ୍ଷେ କାପିଆମ୍ମାଙ୍କୁ ତାଙ୍କ ପରିବାର ଲୋକେ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନନ୍ତର କରିଛନ୍ତି। ଏ ନେଇ ତାଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।