ପୂର୍ବ ଶତ୍ରୁତା: ଡଙ୍ଗା, ଜାଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗଞ୍ଜାମ, ୧୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟାସ୍ଥିତ ସମୁଦ୍ର କୂଳରେ ଥିବା ଡଙ୍ଗା ଓ ଜାଲରେ କେହି ଦୁର୍ବୃତ୍ତ ରବିବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ବନ୍ଧ ଗ୍ରାମର ଗଦାଧର ବେହେରାଙ୍କ ଜାଲ ଓ ଡଙ୍ଗା ଏବଂ ରାଜନ ବେହେରାଙ୍କ ଗୋଟିଏ ଜାଲ ପୋଡିଯାଇଛି। ଏ ନେଇ ଗ୍ରାମରେ ବୈଠକ ବସି ଥାନାରେ ଏତଲା ଦିଆଯାଇଛି। ତେବେ ଲକ୍ଷାଧିକ ଟଙ୍କାର ଜାଲ ପୋଡି ପାଉଁଶ ହୋଇଥିବା ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି।