Categories: ଜାତୀୟ

ପୃଥକ ଭାବେ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିପାରନ୍ତି ଭାଜପା-ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ଅଙ୍କ କଷା ଛିଡିପାରୁ ନାହିଁ। ଉଭୟଙ୍କ ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି କଥା ସ୍ପଷ୍ଟ ହୋଇ ପାରୁନାହିଁ। ଏହି ଅନିଶ୍ଚିତତା ମଧ୍ୟରେ ଶିବସେନା ଓ ଭାଜପା ପୃଥକ ଭାବେ ସୋମବାର ରାଜ୍ୟପାଳଙ୍କୁ ଭେଟି ପାରନ୍ତି ବୋଲି କୁହାଯାଉଛି। ତେବେ ଉଭୟ ଦଳ ଏହା ଏକ େଔପଚାରିକ ସାକ୍ଷାତକାର କହୁଥିବା ବେଳେ ଏହାପରେ କିଛି ରାଜନୈତିକ ନିସ୍କର୍ଷ ବାହାରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଦୀପାବଳି ପୂର୍ବରୁ ଶିବସେନାର ଏକ ପ୍ରକାର ଶକ୍ତି ବୃଦ୍ଧି ହୋଇଛି ବୋଲି କୁହାଯାଉଛି। କାରଣ ପ୍ରହାର ଜନଶକ୍ତି ପାର୍ଟିର ୨ ବିଧାୟକ ଶିବସେନାକୁ ସମର୍ଥନ ଦେଇଛନ୍ତି। ଆଉ ଶିବସେନା ୫୦-୫୦ ଅଙ୍କକୁ ନେଇ ଅଡି ବସିଥିବା ବେଳେ ସେପଟେ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ଦୀପାବଳି ପରେ ଏହା ଉପରେ ଆଲୋଚନା କରାଯିବ। ଏବେ ଦୀପାବଳି ସରିଯାଇଥିବାରୁ ମହାରାଷ୍ଟ୍ରର ନୂଆ ସରକାର ଗଠନ ଉପରେ ଏବେ ସମସ୍ତଙ୍କର ନଜର।

Share