ପୃଥିବୀରେ କରୋନା ସଂକ୍ରମଣ କରି ଏବେ ଔଷଧ ପ୍ରସ୍ତୁତି କଞ୍ଚାମାଲକୁ ୫ ଗୁଣା ଅଧିକ ଦାମରେ ବିକୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରିବା ପରେ ଏବେ ଚାଇନା ନିଜର ଅର୍ଥନୀତିକୁ ସଜାଡ଼ିବା ଲାଗି ନୂଆ ଉପାୟ ଆପଣେଇବାରେ ଲାଗିଛି। କରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଏବଂ ସାନିଟାଇଜର ପ୍ରସ୍ତୁତିରେ ଦରକାର ହେଉଥିବା କଞ୍ଚାମାଲକୁ ଚାଇନା ଏବେ ୪ରୁ ୫ ଗୁଣା ଅଧିକ ଦାମରେ ବିକ୍ରି କରୁଛି। ତେବେ ଫାର୍ମା କମ୍ପାନୀଗୁଡ଼ିକ ବାଧ୍ୟ ହୋଇ ଚାଇନାଠାରୁ କଞ୍ଚାମାଲ କିଣୁଛନ୍ତି। ଏହାଯୋଗୁ ହରିଦ୍ୱାରର ସିଡ଼ିକୁଲଠାରେ ଥିବା କେତେକ ଫାର୍ମା କମ୍ପାନୀ ବେଶ୍‌ ପ୍ରଭାବିତ ହେଉଥିବା କୁହାଯାଉଛି। ଏନେଇ ସ୍ଥାନୀୟ ଫାର୍ମା ସଂଘ ମୁଖ୍ୟ ଅନୀଲ ଶର୍ମା କୁହନ୍ତି ଯେ, ଆକ୍ଟିଭ୍‌ ଫାର୍ମା ଇନଗ୍ରିଡିଏଣ୍ଟ୍‌ (ଏପିଆଇ)ର ଦାମ ଜାଣିଶୁଣି ଚାଇନା ବୃଦ୍ଧି କରିଛି। ଚାଇନା ଏପରି କରି ନିଜର ଅର୍ଥନୀତିକୁ ସବଳ କରିବାର ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

Share