ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୦ ହଜାର ୮୭୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ରବିବାର ସୁଦ୍ଧା ସାରା ପୃଥିବୀରେ ୬ ଲକ୍ଷ ୬୩ ହଜାର ୫୪୧ ଜଣ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଏକ ଲକ୍ଷ ୪୨ ହଜାର୧୭୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୟୁରୋପରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଥିବାବେଳେ ଆମେରିକାରେ ମୃତକଙ୍କ ସଂଖ୍ୟା ୨୨୨୧ ରହିଛି। ଆମେରିକାରେ ୨୩ ହଜାରରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ଅପରପକ୍ଷରେ ନ୍ୟୁୟର୍କରେ ୭୮୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୩ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି କାନାଡ଼ାରେ ୬୦ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫,୬୫୫ ଛୁଇଁଛି।

Share