ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର ଲୋକ ରହିପାରିବେ ବୋଲି କୁହାଯାଉଛି। ଏହି କଲୋନୀକୁ ଗିନିଜ୍‌ ରେକର୍ଡରେ ସ୍ଥାନୀତ କରାଯାଇଛି। ଏହାର ନିର୍ମାଣରେ ୩ ହଜାର ୮ଶହ ୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଏଠାରେ ଶପିଂ ମଲ୍‌, ଫିଲ୍ମ ହଲ୍‌, ପାର୍କ ଆଦି ସହିତ ଅନ୍ୟ ବିଳାସପୂର୍ଣ୍ଣ ସୁବିଧା ରହିବ। ଏହା ସହିତ ପିଲାଙ୍କ ପାଇଁ କଲେଜ ଆଦି ମଧ୍ୟ ଏଠାରେ ରହିବାର ବ୍ୟବସ୍ଥା କରାଯାଇଛି। ଏଠାରେ ୪୦ ଏକର ପରିମିତ ଜମିରେ ବୃହତ୍‌ ପାର୍କ ରହିବ ବୋଲି ବିଲ୍ଡର କହିଛନ୍ତି। ୨୦୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି। ଏଠାରେ ଥିବା ଫ୍ଲାଟ୍‌ର ଦାମ ୩୫ ଲକ୍ଷରୁ ୮୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Share