ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ ବୋଲି ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୃଥିବୀର ୧୦ଟି ସହରରେ ଆଗାମୀ ଦିନରେ ପିଇବା ପାଣିର ଘୋର ଅଭାବ ଘଟିବ। ସେସବୁ ସହର ତାଲିକାର ୯ମ ସ୍ଥାନରେ ଭାରତର ବେଙ୍ଗାଲୁରୁ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର କେପ୍‌ ଟାଉନ୍‌ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ମେକ୍ସିକୋର ମେକ୍ସିକୋ ସହର, ତୃତୀୟରେ ମିଶରର କାହିରା ଏବଂ ଚତୁର୍ଥରେ ଜାପାନର ଟୋକିଓ ସହର ରହିଛି। ୨୦୨୫ ସୁଦ୍ଧା ପୃଥିବୀର ଶହେ ୮୦ କୋଟି ଜନସଂଖ୍ୟା ଜଳ ସଙ୍କଟରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତର ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଆଦି ସହରରେ ବର୍ଷସାରା ଜଳ ସଙ୍କଟ ଦୃଷ୍ଟି ଗୋଚର ହୋଇଥାଏ। ଏଭଳି ସ୍ଥିିତିର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏଭଳି ସ୍ଥିିତି ଲାଗି ରହିଲେ ହୁଏତ ଆଗାମୀ ଦିନରେ ନିତି ଗାଧୋଇବା ଅସମ୍ଭବ ହେବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ

ବେରୁତ,୧୮।୯: ଲେବାନନର ପେଜର୍‌ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,...

ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ...

ମାତ୍ର ୩ ଗ୍ରାମ ବାରୁଦରେ ଥରି ଉଠିଲା ହିଜବୁଲ, ଜାଣନ୍ତୁ ପେଜର ବ୍ଲାଷ୍ଟର ପୁରା ପ୍ଲାନିଂ

ବେରୁତ,୧୮।୯: ଲେବାନନରେ ହଜାର ହଜାର ପେଜର୍‌ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଲେବାନନ ମିଲିସିଆ ହିଜବୁଲ ବହୁ କ୍ଷତି ସହିଥିବା ଜଣାଯାଇଛି।...

ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ...

ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ

ହରାରେ, ୧୮।୯:ଏଲ୍‌ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ...

ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି…

ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍‌ ଆକାଉଣ୍ଟ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri