ପୃଥିବୀର ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ: ୧୩୦ କୋଟି ଭାରତୀୟ ବି ସାମିଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୦ଟି ଦେଶରେ କର୍ଫ୍ୟୁ ଜାରି ହୋଇଥିବାବେଳେ ୩୫ ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପୃଥିବୀର ୨୩୦ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି। ଲକ୍‌ ଡାଉନ୍‌ ଘୋଷଣା ଯୋଗୁ ୩୫ ଦେଶରେ ୧୯୫.୯ କୋଟି ଲୋକ ଘରେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୧୩୦ କୋଟି ଲୋକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘରେ ବନ୍ଦ ହୋଇ ରହିଛନ୍ତି। କର୍ଫ୍ୟୁ ଜାରି ହୋଇଥିବା ୧୦ ଦେଶରେ ୧୧.୭ କୋଟି ଲୋକ ଘରେ ବନ୍ଦ ରହିଛନ୍ତି। ଇରାନ, ଜର୍ମାନୀ, ବ୍ରିଟେନ୍‌ ଆଦି ୫ଟି ଦେଶରେ ଲୋକଙ୍କୁ ବାହାରକୁ ନ ଯିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ୨୨.୮କୋଟି ଲୋକ ପ୍ରଭାବିତ ହୋଇଛନ୍ତି।

Share