ପୃଥିବୀର ୨୬ ଦେଶରେ ନାହିଁ କରୋନା

ଓ୍ବାଶିଂଟନ, ୧୦।୬ : ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଛି। ଆମେରିକା ଭଳି ବିକଶିତ ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିିଦିନ ବଢ଼ିବାରେ ଲାଗିଛି। ତେବେ ଇତିମଧ୍ୟରେ ୨୬ଟି ଦେଶ କରୋନା ସଂକ୍ରମଣ ମୁକ୍ତ ହୋଇଥିବା କୁହାଯାଉଛି। କରୋନା ସଂକ୍ରମଣ ମୁକ୍ତ ହୋଇଥିବା ଦେଶ ତାଲିକାରେ ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ, ମୋଣ୍ଟେନେଗ୍ରୋ, ଫେରୋ ଆଇଲାଣ୍ଡ, ଟ୍ରିିନିଦାଦଟ-ଟବାଗୋ, ଅରୁବା, ଫ୍ରେଞ୍ଚ ପଲିନେସିଆ, ମାକାଓ, ଏରିଟ୍ରିଆ, ଟିମୋର-ଲେଷ୍ଟେ ଆଦି ଦେଶଙ୍କ ନାମ ରହିଛି। ସେହିପରି ଏହି ତାଲିକାରେ ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଣ୍ଟ କିଟ୍ସ ଆଣ୍ଡ ନେବିସ, ଫାଲ୍କଲାଣ୍ଡ ଆଇଲାଣ୍ଡ, ଗ୍ରୀନ୍‌ଲାଣ୍ଡ, ଟର୍କସ ଆଣ୍ଡ କାଇକୋଜ ଆଇଲାଣ୍ଡ୍‌, ଭଟିକାନ ସିଟି ମଧ୍ୟ ସାମିଲ ହୋଇଛନ୍ତି। ମାଣ୍ଟେରାଟ, ସିସିଲି, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, ପପୁଆ ନିୟୁ ଗିନି, କାରାବିଆନ ନେଦର୍ଲାଣ୍ଡ, ସେଣ୍ଟ ବାର୍ଥ, ଆଙ୍ଗୱିଲା ଏବଂ ସେଣ୍ଟ ପିୟରେ ମିକ୍ୱାଲୋନା ମଧ୍ୟ କରୋନା ମୁକ୍ତ ଦେଶ ତାଲିକାରେ ରହିଛନ୍ତି।

Share