ପୃଥିବୀର ୨୮ ଦେଶରେ ୧୬,୭୮୧ କରୋନା ସଂକ୍ରମିତ: ଭାରତରେ ୩

ନୂଆଦିଲ୍ଲୀ/ବେଜିଂ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଚାଇନା ପଛକୁ ସଂକ୍ରମିତଙ୍କ ତାଲିକାରେ ଜାପାନ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେହିପରି ଥାଇଲାଣ୍ଡରେ ୧୯, ସିଙ୍ଗାପୁରରେ ୧୮, ହଂକଂରେ ୧୫, ଦକ୍ଷିଣ କୋରିଆରେ ୧୫, ଅଷ୍ଟ୍ରେଲିଆରେ ୧୨, ଜର୍ମାନୀରେ ୧୦, ତାଇଓ୍ବାନରେ ୧୦, ଆମେରିକାରେ ୯ ଏବଂ ମକାଉରେ ୮ ଜଣ ଏହା ଯୋଗୁ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ମାଲେସିଆରେ ୮, ଫ୍ରାନ୍ସ୍‌ରେ ୬, ଭିଏତ୍‌ନାମ୍‌ରେ ୬, ୟୁଏଇରେ ୫, କାନାଡ଼ାରେ ୪, ଭାରତରେ ୩, ଇଟାଲୀ, ରଷିଆ, ଫିଲିପାଇନ୍ସ୍‌ ଏବଂ ବ୍ରିଟେନ୍‌ ୨ଜଣ ଲେଖାଏଁ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେହିପରି ନେପାଳ, କାମ୍ବୋଡ଼ିଆ, ସ୍ପେନ୍‌, ଫିନଲାଣ୍ଡ୍‌, ସ୍ବିଡେନ୍‌ ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ କରାଯାଇଛି। ପ୍ରତିଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଜାରି ହୋଇଛି। କରୋନା ଆତଙ୍କ ଯୋଗୁ କେତେକ ଦେଶ ବିମାନ ଚଳାଳଚଳ ଉପରେ ସାମୟିକ କଟକଣା ମଧ୍ୟ ଜାରି କରିଛନ୍ତି।

Share