ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି ଭାବେ ପରିଚିତ। ଏହାର ରଚୟିତା ଲିଓନାର୍ଡୋ ଦା ଭିଞ୍ଚିି। ଏହି ବହିର ମୂଲ୍ୟ ୩୦.୮ ମିଲିୟନ ଡଲାର। ଏହି ବହିକୁ ବିଲ୍‌ଗେଟ୍‌ସ କିଣିଛନ୍ତି। ଏହି ତାଲିକାରେ ମଗ୍ନା କାର୍ଟର ସ୍ଥାନ ଦ୍ୱିତୀୟରେ ରହିଛି। ଏହି ବହିର ମୂଲ୍ୟ ୨୧.୨ ମିଲିୟନ ଡଲାର। ଏହାକୁ ଡେଭିଡ ରୁବେଷ୍ଟିନ କିଣିଛନ୍ତି। ସେଣ୍ଟ କ୍ୱୁଥ୍‌ବେର୍ଟ ଗୋସ୍ପେଲ ମୂଲ୍ୟବାନ ବହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏହି ବହିର ମୂଲ୍ୟ ୧୪.୩ ମିଲିୟନ ଡଲାର। ସେହିପରି ବେ ପ୍ଲାସମ ବୁକ୍‌ ଦୁନିଆର ଚତୁର୍ଥ ଦାମିକା ବହି। ଏହାର ମୂଲ୍ୟ ୧୪.୧୬୫ ମିଲିୟନ ଡଲାର। ଏହାକୁ ଉତ୍ତର କୋରିଆରେ ଛପାଯାଇଥିଲା। ବର୍ତ୍ତମାନ ଏହାର ମାତ୍ର ୧୧ଟି ପ୍ରତିଲିପି ରହିଛିି। ରୋଥସ୍‌ ଚାଇଲ୍ଡ ପ୍ରେୟାର ହେଉଛି ଦୁନିଆର ପଞ୍ଚମ ଦାମିକା ବହି । ଏହାକୁ ୧୯୯୯ରେ ୧୩.୪ ମିଲିୟନ ଡଲାରରେ ବିକ୍ରି କରାଯାଇଥିଲା।

Share