ପୃଥିବୀ ଆଉ ସହ୍ୟ କରି ପାରିବନି ଯୁଦ୍ଧ; ଆମେରିକା-ଇରାନ ଶାନ୍ତି ଜାରି ରଖନ୍ତୁ: ଜାତିସଂଘ

ଓ୍ବାଶିଂଟନ,୯।୧: ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଜାତିସଂଘ ପକ୍ଷରୁ ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ଶାନ୍ତି ଜାରି ରଖନ୍ତୁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟାରେସ୍‌ କହିଛନ୍ତି। ଆମେରିକା-ଇରାନ ଆକ୍ରମଣାତ୍ମକ ମନୋଭାବଠାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି। ପୃଥିବୀ ଆଉ ଯୁଦ୍ଧ ସହ୍ୟ କରିପାରିବ ନାହିଁ। ପୃଥିବୀର ସୁରକ୍ଷା ପାଇଁ ଶାନ୍ତି ଅନିବାର୍ଯ୍ୟ ବୋଲି ସେ କହିଛନ୍ତି।

Share