ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍‌

ନୂଆଦିଲ୍ଲୀ,୨୦।୮: ଏପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍‌ ଓ ୟୁଏଫ୍‌ଓର ନାଁ ଶୁଣିଛନ୍ତି। ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ଆଉ କେବଳ ଚଳଚ୍ଚିତ୍ରରେ ଏଲିଏନ୍‌ ଓ (UFO-Unidentified flying object)କୁ ଆମେମାନେ ଦେଖି ସତକୁ ସତ ଏହାକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛୁ। ହେଲେ ନିକଟରେ ନାସା ଏମିତି ଏକ ତଥ୍ୟ ଦେଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ନାସା କହିଛି ଏଲିଏନ୍‌ ପୃଥିବୀ ଉପରେ ଆକ୍ରମଣ କରିପାରେ। କାରଣ ନାସା ଦ୍ୱାରା ନିଆଯାଇଥିବା ଏକ ଫଟୋରୁ ଏହା ଅନୁମାନ କରାଯାଉଛି। Solar and Heliospheric Observatory (SOHO) ଯାହା ସୂର୍ଯ୍ୟ ଓ ସୌର ବାୟୁମଣ୍ଡଳ ମଧ୍ୟରେ ଥିବା ଅନେକ ତଥ୍ୟ ସଂଗ୍ରହ କରୁଛି ଏହା ହେଉଛି ନାସାର ଏକ ଭଲ ଉପଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ। ଏହା ଗତ ୨୦ ବର୍ଷ ହେବ ପୃଥିବୀ ପରିକ୍ରମା କରୁଛି। ବିଶେଷ କରି ଏହା ସବୁ ଛୋଟବଡ ଘଟଣା ଉପରେ ନଜର ରଖିଛି। ଏହା ପ୍ରତିଥର ନାସାର ବୈଜ୍ଞାନିକଙ୍କୁ ସୂର୍ଯ୍ୟ ଉପରେ ତଥ୍ୟ ଦେଉଛି। ହେଲେ ଏବେ SOHO ସୂର୍ଯ୍ୟଙ୍କ ଉପରେ ଉଡୁଥିବା ଏକ ଉଡନ୍ତା ବସ୍ତୁର ଫଟୋ ଦେବାରୁ ଏବେ ଅନୁମାନ କରାଯାଉଛି କି ଏଲିଏନ୍‌ ଓ ୟୁଏଫ୍‌ଓର ସ୍ଥିତି ଅଛି। ୟୁଏଫ୍‌ଓ ଉପରେ କାମ କରୁଥିବା ଜଣେ ବୈଜ୍ଞାନିକ ସ୍କଟ ଓ୍ବାର୍ନିଂ କହିଛନ୍ତି SOHOର ଏହା ସବୁଠାରୁ ବଡ ସଫଳତା।

Share