Categories: ଜାତୀୟ

ପୃଥିବୀ ଉପରେ କଡ଼ା ନଜର ରଖିବ ଜିଆଇ ସାଟ୍‌-୧: ଅନୁକୂଳ ପାଗ ରହିଲେ ମାର୍ଚ୍ଚ ୫ରେ ହେବ ଉତ୍‌କ୍ଷେପଣ

ଶ୍ରୀହରିକୋଟା,୩।୩: ପୃଥିବୀ ଉପରେ କଡ଼ା ନଜର ରଖିବା ପାଇଁ ଇସ୍ରୋ ପକ୍ଷରୁ ମାର୍ଚ୍ଚ ୫ରେ ଶ୍ରୀହରିକୋଟାସ୍ଥିତି ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଜିଆଇ ସାଟ୍‌-୧ର ଉତ୍‌କ୍ଷେପଣ କରାଯିବ। ଅପରାହ୍ନ ୫ଟା ୪୩ରେ ଜିଏସ୍‌ଏଲ୍‌ଭି-ଏଫ୍‌-୧୦ ସହାୟତାରେ ଏହାକୁ ମହାକାଶକୁ ଉତ୍‌କ୍ଷେପଣ କରାଯିବ। ଏହାକୁ ପୃଥିବୀଠାରୁ ୩୬ ହଜାର କିମି ଦୂର କକ୍ଷପଥରେ ଅବସ୍ଥାପିତ କରାଯିବ। ଏହା ପାଣିପାଗ ସୂଚନା ଦେବା ସହିତ ଅନ୍ୟ ଆବଶ୍ୟକ ତଥ୍ୟ ଓ ଫଟୋ ଉପଲବ୍ଧ କରାଇବ। ୨,୨୬୮ କିଗ୍ରା ଓଜନ ବିଶିଷ୍ଟ ଏହି ଉପଗ୍ରହର ଉତ୍‌କ୍ଷେପଣ ପାଇଁ ୧୮ ମିନିଟ୍‌ ୩୯ ସେକେଣ୍ଡ ଲାଗିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୨୨୮୦ ଓ୍ବାଟ୍‌ କ୍ଷମତା ଥିବା ଜିଆଇ ସାଟ୍‌-୧ ଆଗାମୀ ୭ ବର୍ଷ ପାଇଁ କାର୍ଯ୍ୟ କରିବାକୁ ସକ୍ଷମ ହେବ। ଅନୁକୂଳ ପାଗ ରହିଲେ ଏହାର ଉତ୍‌କ୍ଷେପଣ କରାଯିବ ନଚେତ କାର୍ଯ୍ୟକ୍ରମକୁ ବାତିଲ ମଧ୍ୟ କରାଯାଇ ପାରେ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

Share